Advertisement
photoDetails1hindi

ବଡ଼ ଖୁସି ଖବର, ମାର୍ଚ୍ଚ ୧୬ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର! ଖାତାରେ ଆସିବ ପୂରା ୩୮,୬୯୨ ଟଙ୍କା

7th Pay Commission, DA Hike, Salary Hike, Central Government Employee: ଆପଣଙ୍କୁ କହି ରଖୁଛୁ ଯେ ଏଥର ହୋଲି (Holi) ପୂର୍ବରୁ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ସରକାର ଘୋଷଣା କରିପାରେ । ଜାନୁୟାରୀ ୨୦୨୨ରୁ କର୍ମଚାରୀଙ୍କ DA ବୃଦ୍ଧି କରାଯିବାରଥିଲା, କିନ୍ତୁ ମନେ କରାଯାଉଛି ଯେ ମାର୍ଚ୍ଚ ୧୬ରେ ସରକାର DA ବୃଦ୍ଧିକୁ ନେଇ ଘୋଷଣା କରିପାରନ୍ତି ।

1/7

ନୂଆଦିଲ୍ଲୀ: 7th Pay Commission, DA Hike, Salary Hike, Central Government Employee: ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Government Employee) ଙ୍କୁ ମାର୍ଚ୍ଚ ୧୬ରେ ଏକ ବଡ଼ ଖବର ମିଳିପାରେ । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ବର୍ତ୍ତମାନ କର୍ମଚାରୀଙ୍କୁ ୩୧  ପ୍ରତିଶତ ହାରରେ ଡିଏ (DA) ମିଳୁଛି, କିନ୍ତୁ ଏହାକୁ ୩୪ ପ୍ରତିଶତକୁ ବୃଦ୍ଧି କରାଯିବ ଅର୍ଥାତ୍ କେନ୍ଦ୍ର କର୍ମଚାରୀ (Central Government Employee) ଙ୍କ ବେତନରେ ବମ୍ପର ବୃଦ୍ଧି (Salary Hike) ଘଟିବ ।

ଜାନୁଆରୀରେ ହେବାର ଥିଲା ଘୋଷଣା

2/7
ଜାନୁଆରୀରେ ହେବାର ଥିଲା ଘୋଷଣା

ଆପଣଙ୍କୁ କହି ରଖୁଛୁ ଯେ ଏଥର ହୋଲି (Holi) ପୂର୍ବରୁ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ସରକାର ଘୋଷଣା କରିପାରେ । ଜାନୁୟାରୀ ୨୦୨୨ରୁ କର୍ମଚାରୀଙ୍କ DA ବୃଦ୍ଧି କରାଯିବାରଥିଲା, କିନ୍ତୁ ମନେ କରାଯାଉଛି ଯେ ମାର୍ଚ୍ଚ ୧୬ରେ ସରକାର DA ବୃଦ୍ଧିକୁ ନେଇ ଘୋଷଣା କରିପାରନ୍ତି ।

ମାର୍ଚ୍ଚ ୧୬ରେ ହୋଇପାରେ ବୈଠକ

3/7
ମାର୍ଚ୍ଚ ୧୬ରେ ହୋଇପାରେ ବୈଠକ

ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ କର୍ମଚାରୀଙ୍କ ମୌଳିକ ଦରମା ଉପରେ ମହଙ୍ଗା ଭତ୍ତା (DA) ଘୋଷଣା କରାଯାଇଥାଏ । ଏଥର ମନେ କରାଯାଉଛି ଯେ ମାର୍ଚ୍ଚ ୧୬ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିପାରନ୍ତି । ବର୍ତ୍ତମାନ ନିର୍ବାଚନ ଯୋଗୁଁ ଲାଗୁ ହୋଇଥିବା ଆଚରଣ ବିଧି ପାଇଁ ଏହା ଘୋଷଣା କରାଯାଇ ନାହିଁ ।

ଜୁଲାଇରେ ପୁନର୍ବାର କରାଯିବ କେଲକୁଲେଶନ

4/7
ଜୁଲାଇରେ ପୁନର୍ବାର କରାଯିବ କେଲକୁଲେଶନ

ଆପଣଙ୍କୁ କହି ରଖୁଛୁ ଯେ ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ (pensioners) ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ । ଏହା ବ୍ୟତୀତ ମହଙ୍ଗା ଭତ୍ତା (DA) ର କେଲକୁଲେଶନ୍ ଜୁଲାଇ ୨୦୨୨ରେ ପୁନର୍ବାର କରାଯିବ ।

ହୋଲି ପରେ ମିଳିବ ପୂରା ଟଙ୍କା

5/7
ହୋଲି ପରେ ମିଳିବ ପୂରା ଟଙ୍କା

କେନ୍ଦ୍ର କର୍ମଚାରୀମାନଙ୍କୁ ମାର୍ଚ୍ଚ ମାସର ଦରମା ସହିତ ନୂତନ ମହଙ୍ଗା ଭତ୍ତା (DA) ର ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ । ହୋଲି (Holi) ପରେ କର୍ମଚାରୀମାଙ୍କୁ ଗତ ଦୁଇମାସର ଟଙ୍କା ସେମାନଙ୍କୁ ମିଳିଯିବ ।  ଯଦି ବେସିକ ଦରମା ୧୮୦୦୦ରୁ ୫୬,୯୦୦୦ ଟଙ୍କା ମଧ୍ୟରେ ଅଛି ଓ ଆପଣ ୩୪ ପ୍ରତିଶତ ହାରରେ DA ହିସାବ କରିବେ, ତେବେ ଆପଣଙ୍କର ମହଙ୍ଗା ଭତ୍ତା ପ୍ରତି ମାସରେ ୧୯,୩୪୬ ଟଙ୍କା ହେବ । ଏଥିସହିତ କର୍ମଚାରୀମାନେ ବକେୟା ଭାବରେ ୧୭,୬୩୯ ଟଙ୍କା ପାଉଛନ୍ତି ।

ଆକାଉଣ୍ଟରେ ଆସିବ ଅତିରିକ୍ତ ୩୮,୬୯୨ ଟଙ୍କା

6/7
ଆକାଉଣ୍ଟରେ ଆସିବ ଅତିରିକ୍ତ ୩୮,୬୯୨ ଟଙ୍କା

କର୍ମଚାରୀଙ୍କ DA ରେ ମୋଟ ୧୭୦୭ ଟଙ୍କା ବୃଦ୍ଧି ହେବ । ଯଦି ଏହାକୁ ବାର୍ଷିକ ହିସାବ କରାଯାଏ, ତେବେ ଏହା ପ୍ରାୟ ୨୦,୪୮୪ ଟଙ୍କା ହେବ । ମାର୍ଚ୍ଚ ମାସରେ କର୍ମଚାରୀମାନଙ୍କୁ ୨ ମାସର ବକେୟା ଦିଆଯିବ, ତେଣୁ ସେହି ଅନୁସାରେ ୩୮,୬୯୨ ଟଙ୍କା ସେମାନଙ୍କ ଆକାଉଣ୍ଟରେ ବକେୟା ରୂପେ ଆସିବ ।

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଏହା ବି ପଢ଼ନ୍ତୁ:-ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC! ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା

ଏହା ବି ପଢ଼ନ୍ତୁ:-ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

ଏହି କର୍ମଚାରୀଙ୍କ DA ମଧ୍ୟ ବୃଦ୍ଧି ପାଇଛି

7/7
ଏହି କର୍ମଚାରୀଙ୍କ DA ମଧ୍ୟ ବୃଦ୍ଧି ପାଇଛି

ଆପଣଙ୍କୁ କହି ରଖୁଛୁ ଯେ, ନିକଟ ଅତୀତରେ କେନ୍ଦ୍ରୀୟ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସେକ୍ଟରର କର୍ମଚାରୀଙ୍କ ଦରମା ସଂଶୋଧିତ ହୋଇଛି । ଏହାପୂର୍ବରୁ କର୍ମଚାରୀମାନେ ପ୍ରାୟ ୧୭୦ ପ୍ରତିଶତ ହାରରେ ଡିଏ ପାଉଥିଲେ, ବର୍ତ୍ତମାନ ୧୪ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନଠାରୁ କର୍ମଚାରୀମାନେ ୧୮୪ ପ୍ରତିଶତ ହାରରେ DA ପାଇବେ । ସରକାର ଏହି କର୍ମଚାରୀଙ୍କ ଡିଏକୁ ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି ।

ट्रेन्डिंग फोटोज़